ସେନ୍‌ସେକ୍ସରେ ୮୩୫ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ : ଗତକାଲି ୧୧୧୫ ପଏଣ୍ଟ୍‌ ହ୍ରାସ ପାଇଥିବା ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସରେ ଆଜି ସୁଧାର ଘଟିଛି। ଗତକାଲିର ବନ୍ଦ ତୁଳନାରେ ୮୩୫ ପଏଣ୍ଟ୍‌ର ବୃଦ୍ଧି ସହ ଆଜି ସେନ୍‌ସେକ୍ସ ୩୭,୮୩୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଜାତୀୟ ଷ୍ଟକ ବଜାରର ନିଫ୍‌ଟି ୨୪୫ ପଏଣ୍ଟ୍‌ ବୃଦ୍ଧି ସହ ୧୧,୦୫୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ପୂର୍ବରୁ କ୍ରମାଗତ ଛଅ ଦିନ ଧରି ସେନ୍‌ସେକ୍ସରେ ହ୍ରାସ ଘଟୁଥିଲା।



from ବାଣିଜ୍ୟ – Sambad https://ift.tt/2RZVjaR

Post a Comment

0 Comments