ପରିବାର ନିୟୋଜନ ପାଇଁ ‘ସୁବିଧା’ ଆଣିଛି ନୂଆ ବିଶ୍ବାସ

କୋଲକାତା : ଏସକାର୍ଗ ଫାର୍ମା ପ୍ରା. ଲିଃ. ପକ୍ଷରୁ ‘ସୁବିଧା’ ନାମରେ ଏକ ଗର୍ଭ ନିରୋଧକ ବଟିକା ଉପଲବ୍ଧ କରାଯାଇଛି। ଏଥିରେ ୨୧ଟି ଧଳାରଙ୍ଗର ବଟିକା ସହିତ ୭ଟି ବାଦାମୀ ରଙ୍ଗର ଆଇରନ୍ ବଟିକା ରହିଛି। ଏହି ବଟିକା ମହିଳାଙ୍କ ଠାରେ ଡିମ୍ବାଣୁ ପରିସ୍ଫୁଟନକୁ ବନ୍ଦ କରୁଥିବାରୁ ଗର୍ଭ ସଞ୍ଚାର ହେବାର ସମ୍ଭାବନା ରହେନାହିଁ। ଏହି ବଟିକା ସେବନ ଦ୍ବାରା ଅନେକ ଉପକାରୀତା ମଧ୍ୟ ନାରୀମାନଙ୍କୁ ମିଳିଥାଏ। ଅନିୟମିତ ଋତୁଚକ୍ରକୁ ନିୟମିତ କରିବା ସହିତ ମୁଖମଣ୍ଡଳକୁ ସତେଜ ରଖି ବ୍ରଣ ସମସ୍ୟା ଦୂର କରିଥାଏ। ଏହି ବଟିବାକୁ ଯେକୌଣସି ମହିଳା ନିୟମିତ ସେବନ କରି ଅବାଞ୍ଛିତ ଗର୍ଭଧାରଣକୁ ଏଡ଼ାଇ ପାରି‌ବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ବଟିକା ନିକଟବର୍ତ୍ତୀ ଷ୍ଟେସନାରି ଓ ଔଷଧ ଦୋକାନରୁ ମିଳିଥାଏ। ୨୮ଟି ବଟିକାର ମୂଲ୍ୟ ୩୨ ଟଙ୍କା ରହିଛି।



from ବାଣିଜ୍ୟ – Sambad https://ift.tt/330WPjj

Post a Comment

0 Comments