ଜି‌‌ନ୍ଦେଗୀ ଫାଉଣ୍ଡେସନ ଛାତ୍ରଛାତ୍ରୀ ଉତ୍ସାହିତ

ଭୁବନେଶ୍ବର : ନିଟ୍‌ ପରୀକ୍ଷା ଦେଇଥିବା ଜିନ୍ଦେଗୀ ଫାଉଣ୍ଡେସନର ଛାତ୍ରଛାତ୍ରୀମା‌ନେ ପ୍ରବଳ ଉତ୍ସାହିତ ଅଛନ୍ତି ବୋଲି ଫାଉଣ୍ଡେସନ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି। ଫାଉଣ୍ଡେସନର କଟକର ଛାତ୍ର ସତ୍ୟଜିତ କହିଛନ୍ତି ଯେ ପଦାର୍ଥ ବିଜ୍ଞାନ, ରାସାୟନିକ ବିଜ୍ଞାନ ଓ ଜୀବ ବିଜ୍ଞାନ ସମ୍ପର୍କିତ ପ୍ରଶ୍ନଗୁଡ଼ିକ ସହଜ ଥିଲା। ଲକ୍‌ଡାଉନ୍‌ରେ ନିଜ ପ୍ରସ୍ତୁତି ସମ୍ପର୍କରେ ଗଙ୍ଗପଡ଼ାର ଶୁଭଲକ୍ଷ୍ମୀ କହିଛନ୍ତି ଯେ ଫାଉଣ୍ଡେସନ ପକ୍ଷରୁ ଅନଲାଇନ୍ କ୍ଲାସେସ୍‌ର ବ୍ୟବସ୍ଥା କରାଯାଇଥିଲା। ଅନୁଗୁଳର ଶୁଭଲକ୍ଷ୍ମୀ ଫାଉଣ୍ଡେସନ ସହଯୋଗରେ ସେ ଭୁବନେଶ୍ବରରେ ଏକ ମାସ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ମାଲକାନଗିରିର ମଞ୍ଜିତ ବାଲା ମଧ୍ୟ ନିଟ୍‌ ପରୀକ୍ଷା ସେଣ୍ଟର ପାଖାପାଖି ରହୁଥିବାରୁ ସୁବିଧାରେ ପରୀକ୍ଷା ଦେଇପାରିଥ‌ିଲେ ବୋଲି ପ୍ରେସ୍ ବିବୃତ୍ତିରେ ଉଲ୍ଲେଖ ରହିଛି। ଜିନ୍ଦେଗୀ ଫାଉଣ୍ଡେସନର ପ୍ରତିଷ୍ଠାତା ଅଜୟ ବାହାଦୂର ସିଂହ ପ୍ରତିବର୍ଷ ୨୦ ଜଣ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ଓ ପଢ଼ିବାର ସୁବିଧା ଦେଉଛନ୍ତି।



from ବାଣିଜ୍ୟ – Sambad https://ift.tt/3myY4xQ

Post a Comment

0 Comments