ପିଏମ୍‌ସି ବ୍ୟାଙ୍କ ଠକେଇ : ୧୦୦ କୋଟି ଟଙ୍କାର ତିନିଟି ହୋଟେଲ୍‌ ଜବତ

ନୂଆଦିଲ୍ଲୀ : ପିଏମ୍‌ସି ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୦୦ କୋଟି ଟଙ୍କା ମୂଲ୍ୟର ତିନିଟି ହୋଟେଲ୍‌କୁ ଦିଲ୍ଲୀରେ ଜବତ କରାଯାଇଛି। ଦିଲ୍ଲୀର କୈଳାସ କଲୋନିରେ ଥିବା ହୋଟେଲ୍‌ କନକ୍ଲେଭ୍ ବୁଟିକ୍, ଇଷ୍ଟ୍‌ ଅଫ୍‌ କୈଳାସରେ ଥିବା ହୋଟେଲ୍‌ କନ୍‌କ୍ଳେଭ୍ କମ୍ଫର୍ଟ ଓ କାଲକାଜିରେ ଥିବା ହୋଟେଲ୍‌ କନ୍‌କ୍ଲେଭ୍ ଏକ୍‌ଜିକ୍ୟୁଟିଭ୍‌କୁ ଜବତ କରାଯାଇଛି। ଏହି ମାମଲାରେ ଇଡି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏଚ୍‌ଡିଆଇଏଲ୍‌ ନାମକ ସଂସ୍ଥାର ପ୍ରତିଷ୍ଠାତା ରାକେଶ ଓ ସାରଙ୍ଗ୍‌ ୱାଧୱାନଙ୍କ ନାମରେ ଥିବା ୩୬୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଲାଣି। ପ୍ରଥମ ଥର ପାଇଁ ବ୍ୟାଙ୍କରେ ବନ୍ଧକ ନଥିବା ସମ୍ପତ୍ତି ଜବତ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ପିଏମ୍‌ସି ବ୍ୟାଙ୍କର ପରିଚାଳନା ଦାୟିତ୍ବ ରିିଜର୍ଭ ବ୍ୟାଙ୍କ ନିଜ ହାତକୁ ନେଇଥିଲା। ୱ‌ାଧୱାନ ୨୦୦୭ରୁ ୨୦୧୩ ମଧ୍ୟରେ ପିଏମ୍‌ସି ବ୍ୟାଙ୍କରୁ ପ୍ରାୟ ୬୬୦୦ କୋଟି ଟଙ୍କାର ଋଣ ନେଇଥିଲେ। ସେଥିରୁ ପ୍ରାୟ ୨୫୦୦ କୋଟି ଟଙ୍କାର ସେମାନେ ମନି ଲଣ୍ଡରିଂ କରିଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ୱାଧୱାନଙ୍କ ନାମରେ ଥିବା ୧୯୩ କୋଟି ଟଙ୍କାର ସମ୍ପତ୍ତି ଓ ୬୫ କୋଟି ଟଙ୍କାର ଗହଣା ଜବତ କରାଯାଇଥିଲା। ଗତବ‌ର୍ଷ ଅକ୍ଟୋବର ୭ରେ ୱାଧୱାନ ବାପପୁଅଙ୍କୁ ଇଡି ଗିରଫ କରିଥିଲା। ଏବେ ସେମାନେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।



from ବାଣିଜ୍ୟ – Sambad https://ift.tt/32IZk9N

Post a Comment

0 Comments