
ନୂଆଦିଲ୍ଲୀ: ଭୋଡାଫୋନ୍ ଟିକସ ମାମଲାରେ ଆନ୍ତର୍ଜାତିକ ଆବ୍ରିଟ୍ରେସନ ଟ୍ରିବ୍ୟୁନାଲ୍ର ରାୟକୁ ତଜର୍ମା କରିବା ପରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ପ୍ରାୟ ୨୦ ହଜାର କୋଟି ଟଙ୍କାର ଟିକସ ଦେବା ଲାଗି ସରକାର ଯେଉଁ ନୋଟିସ୍ ପଠାଇଥିଲେ ତାହା ବିରୋଧରେ ଟ୍ରିବ୍ୟୁନାଲ୍ରେ ଆବେଦନ କରି ଭୋଡାଫୋନ୍ ବିଜୟ ହାସଲ କରିଛି। ଏକ ଆନ୍ତର୍ଜାତିକ ଆବ୍ରିଟ୍ରେସନ ଟ୍ରିବ୍ୟୁନାଲ୍ ଭୋଡାଫୋନ୍ ସପକ୍ଷରେ ରାୟ ଦେଇଛନ୍ତି। ଏଥିପାଇଁ ଭାରତ ସରକାରଙ୍କ ଟିକସ ଦାବିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସରକାରଙ୍କ ଏହି ଦାବି ଭାରତ-ନେଦରଲ୍ୟାଣ୍ଡ୍ ଦ୍ବିପାକ୍ଷିକ ଚୁକ୍ତିର ଉଲ୍ଲଂଘନ କରୁଛି ବୋଲି ଟ୍ରିବ୍ୟୁନାଲ୍ କହିଛନ୍ତି। ଆଇନଗତ ପ୍ରକ୍ରିୟାରେ ଭୋଡାଫୋନ୍ର ଯେଉଁ ଖର୍ଚ୍ଚ ହୋଇଛି ସେଥିପାଇଁ ୮୫ କୋଟି ଟଙ୍କା ଦେବା ଲାଗି ସରକାରଙ୍କୁ ଟ୍ରିବ୍ୟୁନାଲ୍ ନିର୍ଦେଶ ଦେଇଛନ୍ତି।
from ବାଣିଜ୍ୟ – Sambad https://ift.tt/2Hq81xx
0 Comments