ହିରୋ ସହ ସହବନ୍ଧନ କରିବ ହାର୍ଲି-ଡେଭିଡସନ୍‌

ନୂଆଦିଲ୍ଲୀ: ହାର୍ଲି-ଡେଭିଡସନ୍ ବାଇକ୍ ପ୍ରେମୀଙ୍କ ପାଇଁ ଆଜି ଖୁସି ଖବର ଆସିଛି। ସେମାନଙ୍କୁ ଭାରତରେ ଏହି ଗାଡ଼ି ହିରୋ ମୋଟୋକର୍ପ ମାଧ୍ୟମରେ ମିଳିବା ସମ୍ଭାବନା ରହିଛି। ଭାରତରେ ଗାଡ଼ିର ବିକ୍ରି, ‌ସର୍ଭିସ ପାଇଁ କମ୍ପାନି ହିରୋ ମୋଟୋକର୍ପ ସହିତ ଆଲୋଚନା ଚଳାଇଛି। ଏହି ଆଲୋଚନାରେ ଯଥେଷ୍ଟ ଅଗ୍ରଗତି ମଧ୍ୟ ‌ହୋଇଛି ବୋଲି କେତେକ ସୂତ୍ରରୁ ଜଣାଯାଇଛି। ଏପରିକି କମ୍ପାନି ହିରୋର ଏକ ନିର୍ମାଣ ୟୁନିଟ୍‌ରେ ହାର୍ଲି-ଡେଭିଡସନ ଏହାର ଷ୍ଟ୍ରିଟ୍ ୭୫୦ ଭଳି କେତେକ ବାଇକ୍‌ର ନିର୍ମାଣ ମଧ୍ୟ କରିବା ସମ୍ଭାବନା ରହିଛି। ଭାରତରୁ କମ୍ପାନି ଯଦି ସମ୍ପୂର୍ଣ୍ଣ ଭାବେ ଓହରିଯାଏ ତାହେଲେ ଭବିଷ୍ୟତରେ ଏହି ବଜାରରେ ଗ୍ରାହକଙ୍କ ନିକଟରେ ଗ୍ରହଣୀୟ ହେବା ଏହା ପାଇଁ କଷ୍ଟକର ହେବ। ଏହାକୁ ଦୃଷ୍ଟିରେ ରଖି କମ୍ପାନି ଏଭଳି ଯୋଜନା କରୁଥିବା ବଜାର ବିଶ୍ଳେଷକମାନେ ମତବ୍ୟକ୍ତ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକାର ଏହି ପ୍ରମୁଖ ବାଇକ୍ ନିର୍ମାତା ଗତକାଲି ଘୋଷଣା କରିଥିଲା ଭାରତରେ ବିକ୍ରି ଉତ୍ସାହଜନକ ନଥିବାରୁ ଏଠାରେ ଉତ୍ପାଦନ ଓ ବିକ୍ରି ବନ୍ଦ କରିବ।



from ବାଣିଜ୍ୟ – Sambad https://ift.tt/3i0mzRe

Post a Comment

0 Comments