ଭୋଡାଫୋନ୍ ଟିକସ ମାମଲାରେ ସରକାରଙ୍କୁ ଧକ୍କା

ନୂଆଦିଲ୍ଲୀ : ଭୋଡାଫୋନ୍‌କୁ ଟିକସ ବିଭାଗ ଯେଉଁ ୨୦ ହଜାର କୋଟି ଟଙ୍କାର ଟିକସ ଦାବି ନୋଟିସ୍ ପଠାଇଥିଲା ତାହା ବିରୋଧରେ କଂପାନି ଆନ୍ତର୍ଜାତିକ ଅଦାଲତରେ ଆବେଦନ କରି ବିଜୟ ହାସଲ କରିଛି। ଏହି ମାମଲାର ବିଚାର କରି ‌ହଗ୍ କୋର୍ଟ କହିଛନ୍ତି ଯେ ଭାରତର ଟିକସ ବିଭାଗ ନିରପେକ୍ଷ ଓ ନ୍ୟାୟସଙ୍ଗତ କାର୍ଯ୍ୟ କରିନାହିଁ। ଭୋଡାଫୋନ୍‌କୁ ଟିକସ ନୋଟିସ୍‌ ପଠାଇବା ଭାରତ ଓ ନେଦରଲ୍ୟାଣ୍ଡ୍‌ ଭିତରେ ସ୍ବାକ୍ଷର ହୋଇଥିବା ନିବେଶ ରାଜିନାମାର ଉଲ୍ଲଂଘନ କରୁଛି। ୨୦୦୭ରେ ହଚିସନ୍‌ର ଟେଲିକମ୍ ସମ୍ପତ୍ତିକୁ ବ୍ରିଟେନ୍‌ର ସଂସ୍ଥା ଭୋଡାଫୋନ୍ କିଣିଥିଲା। ଏହି କାରବାର ଉପରେ ଭାରତ ସରକାର ଟିକସ ନୋଟିସ୍‌ ପଠାଇଥିଲେ। ୨୦୧୨ରେ ସରକାର ଏକ ଆଇନ ଆଣିଥିଲେ ଯାହା ପିଛିଲା ତାରିଖରେ ହୋଇଥିବା କାରବାର ଉପରେ ଟିକସ ଲଗାଇବାର କ୍ଷମତା ସରକାରଙ୍କୁ ପ୍ରଦାନ କରିଥିଲା। ‌ସେହି ଆଇନ ବଳରେ ସରକାର ଭୋଡାଫୋନ୍‌କୁ ୨୦୦୭ର କାରବାର ପାଇଁ ୨୦ ହଜାର କୋଟି ଟଙ୍କାର ଟିକସ ନୋଟିସ୍‌ ପଠାଇଥିଲେ। ତାହାକୁ ଦୀର୍ଘ ବର୍ଷ ଧରି ଭୋଡାଫୋନ୍ ବିରୋଧ କରୁଛି।



from ବାଣିଜ୍ୟ – Sambad https://ift.tt/2FRLbPb

Post a Comment

0 Comments