ଅକ୍ଟୋବରରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଅକ୍ଟୋବର ମାସରେ ବ୍ୟାଙ୍କଗୁଡ଼ିକ ପ୍ରାୟ ୧୪ ଦିନ ବନ୍ଦ ରହିବ। ଲଗାତାର ଭାବେ ନୁହେଁ ବରଂ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ଦିନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ‌ତେବେ ଓଡ଼ିଶାରେ ମଧ୍ୟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ ନା ନାହିଁ ତାହା ନିଶ୍ଚିତ ନୁହେଁ। କାରଣ କିଛି ଛୁଟି ବିଭିନ୍ନ ରାଜ୍ୟ କର୍ତ୍ତୃପକ୍ଷଙ୍କ ଅନୁମତି ଉପରେ ନିର୍ଭର କରୁଛି। ଅକ୍ଟୋବରରେ ପ୍ରତି ରବିବାର ବ୍ୟତୀତ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଗାଇଡ୍‌ଲାଇନ୍ ଅନୁସାରେ ସମସ୍ତ ସରକାରୀ ଛୁଟିଦିନରେ ବ୍ୟାଙ୍କ ବନ୍ଦ ରହିବ। ମାତ୍ର କିଛି ଛୁଟି ଆଞ୍ଚଳିକ ଭାବେ ପାଳନ କରାଯିବ। ସେହି ଛୁଟିଗୁଡ଼ିକ କିଛି ରାଜ୍ୟ ଭିତରେ ସୀମିତ ରହିବ। ଆଞ୍ଚଳିକ ଛୁଟିଗୁଡ଼ିକର ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରିବେ। ଚଳିତ ମାସ‌ ୨ରେ ଗାନ୍ଧୀ ଜୟନ୍ତୀ, ୪ରେ ରବିବାର, ୮ରେ ଛେଲମ ପାଇଁ ଆଞ୍ଚଳିକ ଛୁଟି, ୧୦ରେ ଦ୍ବିତୀୟ ଶନିବାର, ୧୧ରେ ରବିବାର, ୧୭ରେ କଟି ବିହୁ (ଆଞ୍ଚଳିକ), ୧୮ରେ ରବିବାର, ୨୩ରେ ମହାସପ୍ତମୀ, ୨୪ରେ ମହାଷ୍ଟମୀ, ୨୫ରେ ରବିବାର, ୨୬ରେ ବିଜୟାଦଶମୀ, ୨୯ରେ ମିଲାଦ-ଏ-ସରିଫ୍‌ (ଆଞ୍ଚଳିକ), ୩୦ରେ ଇଡ୍‌-ଏ-ମିଲାଦ୍‌ ଓ ୩୧ରେ ବାଲ୍ମିକୀ ଜୟନ୍ତୀ (ଆଞ୍ଚଳିକ) ପାଇଁ ବ୍ୟାଙ୍କ ବନ୍ଦ ରହିବ।



from ବାଣିଜ୍ୟ – Sambad https://ift.tt/33iYsco

Post a Comment

0 Comments