ଭିଡିଓ କନଫରେନ୍ସିଂ ମିଟିଂରେ ୧୦୦ଟି ବ୍ରେକଆଉଟ୍ ରୁମକୁ ଅନୁମତି ଦେଲା ଗୁଗୁଲ୍

ନୂଆଦିଲ୍ଲୀ: କରୋନା ଭାଇରସ୍‌ ହେତୁ ଜୁମ୍‌ ଓ ଗୁଗଲର  ଭିଡିଓ କନ୍‌ଫରେନ୍ସିଂ ଆପ୍‌ଗୁଡ଼ିକ ଏବେ ବେଶ୍‌ ଆବଶ୍ୟକୀୟ ହୋଇପଡ଼ିଛି। ଭିଡିଓ କଲ୍ ସମୟରେ ଅଂଶଗ୍ରହଣକାରୀମାନଙ୍କୁ କ୍ଷୁଦ୍ର କ୍ଷୁଦ୍ର ଗୋଷ୍ଠୀରେ ବିଭକ୍ତ କରିବା ପାଇଁ ଗୁଗୁଲ୍‌ ଏହାର ଭିଡିଓ କନଫରେନ୍ସିଂ ଆପ୍ ମିଟରେ ଏବେ ୧୦୦ଟି  ବ୍ରେକଆଉଟ୍ ରୁମକୁ ଅନୁମତି ଦେଉଛି।

ଫଳରେ ଶିକ୍ଷକମାନେ ପିଲାମାନଙ୍କୁ ଛୋଟ ଛୋଟ ଦଳରେ ବିଭକ୍ତ କରି ଶିକ୍ଷା ଦାନ କରିବାରେ ସମର୍ଥ ହେବେ। ଗୋଟିଏ କଲ୍ ସମୟରେ ଗୁଗୁଲ୍ ଆପଣଙ୍କୁ ୧୦୦ଟି ବ୍ରେକ୍ଆଉଟ୍ ରୁମ୍ ତିଆରି କରିବାକୁ ଦେବ ବୋଲି ସୂଚନା ରହିଛି।

ଅଂଶଗ୍ରହଣକାରୀମାନେ ସେମାନଙ୍କର ନିଜ ନିଜର ଦଳ ସହ  ଆଲୋଚନା ପରେ ପୁଣି ଥରେ ମୂଳ ସଭାରେ ଯୋଗଦାନ କରିପାରିବେ। ଗୁଗୁଲ ଏକ ବିବୃତ୍ତିରେ କହିଛି ଯେ ଶିକ୍ଷା ଗ୍ରହଣକାରୀମାନଙ୍କ ପାଇଁ  ଜି ସୁଟ୍ ଏଣ୍ଟରପ୍ରାଇଜରେ ଏହି ସୁବିଧା ଉପଲବ୍ଧ ହେବ।

ମୋଡରେଟରମାନେ ମଧ୍ୟ ବ୍ରେକ୍ଆଉଟ୍ ରୁମ୍ ମଧ୍ୟରେ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିପାରିବେ। ଆପଣ ସ୍ବୟଂଚାଳିତ ଓ ମାନୁଆଲି ଲୋକଙ୍କୁ ବିଭିନ୍ନ କୋଠରୀକୁ ନେଇପାରିବେ ମଧ୍ୟ।

କେବଳ ଇଭେଣ୍ଟ ମ୍ୟାନେଜରମାନେ ବ୍ରେକଆଉଟ୍ ରୁମ୍ ସୃଷ୍ଟି କରିପାରିବେ ଏବଂ ଗୁଗୁଲ୍ ଆକାଉଣ୍ଟ୍ ଥିବା ଯେକୌଣସି ବ୍ୟକ୍ତି ୱେବରୁ କିମ୍ବା ମିଟ୍ ଆପ୍ ଜରିଆରେ ଏଥିରେ ଯୋଗଦାନ କରିପାରିବେ।

ଗୁଗୁଲ ଗତ ମାସରେ ଏହାର ମିଟ୍ ଆପରେ ଏକ ନୂତନ ଫିଚର୍‌ ଆଣିଥିଲା। ଯେଉଁଥିରେ ଅଂଶଗ୍ରହଣକାରୀ ଏକ ସମୟରେ ୪୯ ଜଣଙ୍କୁ (ନିଜେ ମଧ୍ୟ) ଦେଖିବାରେ ସମର୍ଥ ହେଉଛନ୍ତି।

The post ଭିଡିଓ କନଫରେନ୍ସିଂ ମିଟିଂରେ ୧୦୦ଟି ବ୍ରେକଆଉଟ୍ ରୁମକୁ ଅନୁମତି ଦେଲା ଗୁଗୁଲ୍ first appeared on Sambad.



from ବାଣିଜ୍ୟ – Sambad https://ift.tt/3nThiz8

Post a Comment

0 Comments