
ନୂଆଦିଲ୍ଲୀ: ଯଦି ସବୁ ରାଜ୍ୟ ୧.୧ ଲକ୍ଷ କୋଟି ଟଙ୍କା ଋଣ କରିବା ପ୍ରସ୍ତାବ ଉପରେ ରାଜି ହେବେ ତେବେ ନିଜ ଆଡ଼ୁ ଋଣ କରି ରାଜ୍ୟଗୁଡ଼ିକୁ ଜିଏସ୍ଟି କ୍ଷତିପୂରଣ ରାଶି ଦେବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ସରକାରଙ୍କ ଏହି ପ୍ରସ୍ତାବକୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ସମେତ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ସ୍ବାଗତ କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କ୍ଷତିପୂରଣକୁ ନେଇ ଦେଖାଦେଇଥିବା ଅଭାବ ଦୂର କରିବା ଲାଗି ଋଣକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ଋଣ କରି ରାଜ୍ୟଗୁଡ଼ିକୁ ଦେବେ। ଋଣ କରିବାର କ୍ୟାଲେଣ୍ଡର ମଧ୍ୟ ଜାରି କରାଯାଇଛି।
ଏହା କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ରାଜ୍ୟରଗୁଡ଼ିକର ପୁଞ୍ଜି ଆୟ ଭାବେ ତାହା ପ୍ରଦର୍ଶିତ ହେବ। ପ୍ରଥମ ପ୍ରସ୍ତାବ ଗ୍ରହଣୀୟ ହେଲେ ରାଜ୍ୟଗୁଡ଼ିକ ଚଳିତ ଆର୍ଥିକ ବର୍ଷର ବଳକା ଋଣକୁ ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ନେଇପାରିବେ। କେନ୍ଦ୍ର ସରକାର ନିଜେ ଋଣ କରି ଜିଏସ୍ଟି କ୍ଷତିପୂରଣ ନଦେଲେ ସୁପ୍ରିମ୍ କୋର୍ଟ ଯିବାକୁ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ଧମକ ଦେଇଥିଲେ।
The post ଜିଏସ୍ଟି କ୍ଷତିପୂରଣ: କେନ୍ଦ୍ର ନିଜେ ଋଣ କରିବାକୁ ରାଜି, ସବୁ ରାଜ୍ୟ ପ୍ରଥମ ପ୍ରସ୍ତାବ ଗ୍ରହଣ କରିବାକୁ ପଡ଼ିବ first appeared on Sambad.
from ବାଣିଜ୍ୟ – Sambad https://ift.tt/353jbR1
0 Comments