
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଟ୍ରେନ୍ ଷ୍ଟେସନ୍ ଛାଡ଼ିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ରିଜର୍ଭେସନ୍ ଟିକେଟ୍ ଉପଲବ୍ଧ ହେବ। କାରଣ ଭାରତୀୟ ରେଳବାଇ କୋଭିଡ୍ ପୂର୍ବ ପରି ପ୍ରସ୍ଥାନ ସମୟର ଅଧ ଘଣ୍ଟା ପୂର୍ବରୁ ଦ୍ୱିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରିବାର ନିଷ୍ପତ୍ତି ନେଇଛି। କରୋନା ମହାମାରୀ ହେତୁ ନିୟମିତ ଭାବେ ଯାତ୍ରୀବାହୀ ଟ୍ରେନ୍ ସେବା ସ୍ଥଗିତ ରହିଥିଲା। ମାତ୍ର ଭାରତୀୟ ରେଳ ପୁଣି ଥରେ କରୋନା ପୂର୍ବବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହା ସହ ସ୍ବତନ୍ତ୍ର ଟ୍ରେନ୍ ମଧ୍ୟ ଚାଲିବ ବୋଲି ସୂଚନା ରହିଛି। ତେବେ, ଚାଲନ୍ତୁ ଜାଣିବା ବର୍ତ୍ତମାନ ପରିସ୍ଥିତିରେ ରେଳ ସେବାରେ କ’ଣ ସବୁ ପରିବର୍ତ୍ତନ ଘଟିଛି।
: ଦ୍ୱିତୀୟ ସଂରକ୍ଷଣ ଚାର୍ଟ ଷ୍ଟେସନରୁ ଟ୍ରେନ ଛାଡ଼ିବାର ୩୦ ମିନିଟ୍ ପୂର୍ବରୁ ପ୍ରସ୍ତୁତ ହେବ। କୋଭିଡ୍ ପୂର୍ବରୁ ମଧ୍ୟ ଏପରି ହିଁ ହେଉଥିଲା। କିନ୍ତୁ ମହାମାରୀ ମଧ୍ୟରେ ଯେତେବେଳେ ଭାରତୀୟ ରେଳବାଇ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ଆରମ୍ଭ କରିଥିଲା ସେ ସମୟରେ ୨ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେଉଥିଲା ଦ୍ୱିତୀୟ ସଂରକ୍ଷଣ ଚାର୍ଟ।
: ଦ୍ୱିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଟ୍ରେନ୍ ଟିକେଟ୍ ବୁକ୍ କରାଯାଇପାରିବ। ଆସନ୍ତାକାଲିଠାରୁ, ଏହି ଚାର୍ଟଗୁଡିକ ନିର୍ଦ୍ଧାରିତ ପ୍ରସ୍ଥାନ ସମୟର ୩୦ ମିନିଟରୁ ୫ ମିନିଟ୍ ମଧ୍ୟରେ ପ୍ରସ୍ତୁତ ହେବ, ଏହି ସମୟ ମଧ୍ୟରେ ରିଜର୍ଭେସନ୍ ସହ ଟିକେଟ୍ ବୁକ୍ କରାଯାଇପାରିବ।
Oneindia Tamil
: ଟ୍ରେନ୍ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟ ପ୍ରସ୍ତୁତ କରାଯିବ। ବାତିଲ ହେତୁ ଯଦି ସିଟ୍ ଖାଲି ହୋଇଯାଏ, ତେବେ ଦ୍ୱିତୀୟ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ପିଆର୍ଏସ୍ କାଉଣ୍ଟର ଏବଂ ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକ୍ କରାଯାଇପାରିବ। ଫେରସ୍ତ ନିୟମ ଅନୁଯାୟୀ ଏହି ଚାର୍ଟ ପ୍ରସ୍ତୁତି ସମୟ ମଧ୍ୟରେ ବି ଟିକେଟ୍ ବାତିଲ କରାଯାଇପାରେ।
: ଏଇ ଗତ କିଛି ମାସ ମଧ୍ୟରେ ପରିସ୍ଥିତି ବଦଳି ଯାଇଛି। ଲକ୍ଡାଉନ୍ ହଟିଯାଇ ଅନ୍ଲକ୍ ଜାରି ହୋଇଛି। ଏହି କାରଣରୁ ରେଳବାଇ ମଧ୍ୟ ଅନେକ ନୂତନ ଟ୍ରେନ୍ ସେବା ଆରମ୍ଭ କରିଛି। ଉତ୍ସବର ଋତୁରେ ରେଳବାଇ ୩୯ଟି ଯୋଡ଼ି ନୂଆ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ସେଗୁଡ଼ିକ ଅକ୍ଟୋବର ୧୫ରୁ ନଭେମ୍ବର ୩୦ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି।
from ବାଣିଜ୍ୟ – Sambad https://ift.tt/2SE5J0d
0 Comments