ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ; ଘର ଏବଂ ଅଟୋମୋବାଇଲ୍ ଋଣ ସୁଧ କମିବ ନାହିଁ

ନୂଆଦିଲ୍ଲୀ: ଘର ଏବଂ ଅଟୋମୋବାଇଲ୍ ଋଣର ସୁଧହାର  ଅପରିବର୍ତ୍ତିତ ରହିଥିବାରୁ ଏହାର ଇଏମଆଇ  ନିକଟ ଭବିଷ୍ୟତରେ ହ୍ରାସ ହେବାର ସମ୍ଭାବନା ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଏହାର ଦ୍ବି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟକୁ  ଅପରିବର୍ତ୍ତିତ ରଖିଛି।

ଅକ୍ଟୋବର ୯ରେ ଶେଷ ହୋଇଥିବା ଦ୍ୱି-ମାସିକ ମୁଦ୍ରା ନୀତି ହାର ସମୀକ୍ଷା ବୈଠକର ନିଷ୍ପତ୍ତି ଘୋଷଣା କରି ରିଜର୍ଭ ବ୍ୟାଙ୍କ କହିଛି ଯେ ରେପୋ ରେଟ୍ ହାର ୪ ପ୍ରତିଶତ ଓ ରିଭର୍ସ ରେପୋ ହାର ୩.୩୫ ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ତିନି ଦିନିଆ ଆରବିଆଇ ମୁଦ୍ରା ନୀତି କମିଟି (ଏମପିସି) ବୈଠକ  ଅକ୍ଟୋବର ୭ରୁ ଅକ୍ଟୋବର ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆରବିଆଇ ଗତ ସପ୍ତାହରେ ଏମପିସି ବୈଠକ  ସ୍ଥଗିତ ରଖିଥିଲା।କାରଣ ଏହି ବୈଠକରେ ସର୍ବନିମ୍ନ ୪ ଜଣ ସଦସ୍ୟ ଉପସ୍ଥିତ ରହିବା ଆବଶ୍ୟକ ଥିବା ବେଳେ ୩ ନିରପେକ୍ଷ ସଦସ୍ୟଙ୍କ ନିଯୁକ୍ତିରେ ବିଳମ୍ବ ହୋଇଥିଲା। ସୋମବାର କମିଟିରେ ତିନିଜଣ ବାହ୍ୟ ସଦସ୍ୟ ନିଯୁକ୍ତି ପାଇବା ପରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ମୁଦ୍ରା ନୀତି ଘୋଷଣା ହୋଇଛି। ସୋମବାର ସରକାର ଅସୀମା ଗୋୟଲ, ଜୟନ୍ତ ଆର ବର୍ମା ଏବଂ ଶଶାଙ୍କା ଭିଡେଙ୍କୁ ଆରବିଆଇର ମୁଦ୍ରା ନୀତି କମିଟିର ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି।



from ବାଣିଜ୍ୟ – Sambad https://ift.tt/2SGO7Rw

Post a Comment

0 Comments