ମାରୁତି ସୁଜୁକିର ସ୍କ୍ରାଚ୍ କାର୍ଡ ଅଫର୍, ଗ୍ରାହକ ଜିତିଲେ ଏକ ଟିଜିଇ ସ୍କୁଟି

ନୂଆଦିଲ୍ଲୀ: ମାରୁତି ସୁଜୁକି ଏରିନାରେ ପ୍ରତ୍ୟେକ କ୍ରୟ ଉପରେ ଗ୍ରାହକଙ୍କ ପାଇଁ ସ୍କ୍ରାଚ୍ କାର୍ଡ ଅଫର୍ ବ୍ୟବସ୍ଥା କରାଯାଇଛି। ଏଥିରେ ଗ୍ରାହକଙ୍କୁ ନିଶ୍ଚିତ ଉପହାର ପ୍ରଦାନ କରାଯାଉଛି। ଏହି ଅଫର୍ ପାର୍ବଣ ଋତୁ ପରିପ୍ରେକ୍ଷୀରେ ଦିଆଯାଉଛି। ଦୁଇ ଚକିଆ ଗାଡ଼ି, ୱାସିଂ ମେସିନ, ଏୟାର କଣ୍ଡିସନର, ସ୍ମାର୍ଟ ଏଲ୍‌ଇଡି ଟିଭି, ରେଫ୍ରିଜରେଟର, ଇଣ୍ଡକସନ କୁକର୍‌ ଭଳି ଉପହାର ଗ୍ରାହକଙ୍କୁ ମିଳୁଛି। ଏଥିସହିତ ଗ୍ରାହକଙ୍କୁ ମାରୁତି ସୁଜୁକି ଗାଡ଼ିରେ ସ୍ବତନ୍ତ୍ର ରିହାତି ମଧ୍ୟ ପ୍ରଦାନ କରାଯାଉଛି। କମ୍ପାନି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ସୁବିଧା ଓଡ଼ିଶାରେ ମଧ୍ୟ ଉପଲବ୍ଧ। ଗତକାଲି ଏହି ଯୋଜନାରେ କମ୍ପାନିର ସମ୍ବଲପୁରସ୍ଥିତ ଓଡ଼ିଶୀ ସୋ’ରୁମ୍‌ରେ ଗ୍ରାହକ ରାଜକୁମାର ବିଶ୍ବାଳ ଏକ ଟିଜିଇ ସ୍କୁଟି ଜିତିଛନ୍ତି।

The post ମାରୁତି ସୁଜୁକିର ସ୍କ୍ରାଚ୍ କାର୍ଡ ଅଫର୍, ଗ୍ରାହକ ଜିତିଲେ ଏକ ଟିଜିଇ ସ୍କୁଟି first appeared on Sambad.



from ବାଣିଜ୍ୟ – Sambad https://ift.tt/3jbluGZ

Post a Comment

0 Comments