
ନୂଆଦିଲ୍ଲୀ: ୟୁପିଆଇ (ୟୁନାଇଟେଡ୍ ପେମେଣ୍ଟ୍ ଇଣ୍ଟରଫେସ୍)ରେ ହେଉଥିବା ଆର୍ଥିକ କାରବାର ସଂପର୍କିତ ତଥ୍ୟକୁ ଭାରତ ଭିତରେ ଥିବା ସର୍ଭରରେ ରଖିବା ପାଇଁ ସିପିଆଇ ଏମ୍ପି ବିନୟ ବିଶ୍ବମ୍ କରିଥିବା ମାମଲାର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଛି। ଏହି ମାମଲାରେ ସୁପ୍ରିମ୍ କୋର୍ଟ ଆଜି କେନ୍ଦ୍ର ସରକାରଙ୍କ ସମେତ ଗୁଗୁଲ୍, ଆମାଜନ୍ ଏବଂ ଫେସବୁକ୍/ହ୍ବାଟ୍ସଆପ୍, ରିଜର୍ଭ ବ୍ୟାଙ୍କ ଓ ଏନପିସିଆଇକୁ ନୋଟିସ ଜାରି କରିଛନ୍ତି। ବିଶ୍ବମ୍ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ଶ୍ୟାମ ଦିୱାନ୍ ମାମଲା ପରିଚାଳନା କରିଥିଲେ। ୨୦୧୮ ଏପ୍ରିଲରେ ଉପରୋକ୍ତ ବହୁରାଷ୍ଟ୍ରୀୟ କମ୍ପାନିଙ୍କୁ ଭାରତରେ ଆର୍ଥିକ କାରବାର ସଂପର୍କିତ ସର୍ଭର ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶକୁ ୨୦୧୮ ଅକ୍ଟୋବର ସୁଦ୍ଧା କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାହା ହୋଇନାହିଁ।
The post ଭାରତରେ ୟୁପିଆଇ ପେମେଣ୍ଟ ତଥ୍ୟ ସଂରକ୍ଷଣ ପ୍ରସଙ୍ଗ, କେନ୍ଦ୍ର ସମେତ ୩ କମ୍ପାନିକୁ ନୋଟିସ୍ first appeared on Sambad.
from ବାଣିଜ୍ୟ – Sambad https://ift.tt/2SXWc4h
0 Comments