ଜେଏସ୍‌ପିଏଲ୍‌କୁ ଗ୍ରିନ୍‌ ଟେକ୍‌ ସିଏସ୍‌ଆର୍‌ ଇଣ୍ଡିଆ ପୁରସ୍କାର

ଭୁବନେଶ୍ବର: ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଦେଇଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ ଗ୍ରିନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର ପ୍ରଦାନ କରାଯାଇଛି। ଗ୍ରିନ୍ ଟେକ୍ ଫାଉଣ୍ଡେସନ୍ ଦ୍ୱାରା ଅନ୍‌ଲାଇନରେ ଆୟୋଜିତ ସପ୍ତମ ସିଏସଆର ଇଣ୍ଡିଆ ସମ୍ମିଳନୀ ଏବଂ ଏକ୍ସପୋରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଭାରି ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଏମ୍ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗ୍ରୀନ୍ ଟେକ୍ ଫାଉଣ୍ଡେସନର ସିଇଓ କେ ଶରଣ ପ୍ରମୁଖ ଉପସ୍ଥିତ ଥିଲେ।



from ବାଣିଜ୍ୟ – Sambad https://ift.tt/3n5JHSd

Post a Comment

0 Comments